Badabetara: ରାସ ଉତ୍ସବ ଶେଷ ହେଲା

Tuesday, November 23, 2010

ରାସ ଉତ୍ସବ ଶେଷ ହେଲା

ନିକଟରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଭୁ ମଦନମୋହନଙ୍କ ରାସ ଉତ୍ସବ ଶେଷ ହେଲା୤ ଏହା ଏକ ଅତ୍ୟନ୍ତ ପବିତ୍ର ଓ ରମଣୀୟ ପର୍ବ୤ ବଡବେତରା ସହିତ ନିକଟସ୍ଥ ମନମଧୁପୁର, ମଠସାହି ଓ ନାଗଣପୁରରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ମଧ୍ୟ ରାସ ଉତ୍ସବ ଅନୁଷ୍ଠିତ ହୋଇଥାଏ ୤ 
ରାସ ଉତ୍ସବର ପରଦିନ ଅର୍ଥାତ୍‌ କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ରଥ ଉପରେ ଠାକୁରଙ୍କ ଅଧରପଣା ଭୋଗ ଲାଗି କରାଯାଏ୤ ଏହି ଭୋଗ ଅତ୍ୟନ୍ତ ଚମତ୍କାର୤ ଏହାର ସ୍ବାଦ ଅବର୍ଣ୍ଣନୀୟ୤ ଯିଏ ଥରେ ଏ ଭୋଗ ପାଇଛି ସେ ଜୀବନ ସାରା ଏହାକୁ ଭୂଲି ପାରିବ ନାହିଁ ୤ ବାସ୍ତବରେ ଏହି ଭୋଗରେ ମହାପ୍ରଭୁଙ୍କର ଶୁଭଦୃଷ୍ଟି ସିଧାସଳଖ ପଡିଥାଏ ବୋଲି ବୋଧହୁଏ ଏହା ଏତେ ସ୍ବାଦଷ୍ଟ ଲାଗେ୤

ଏହି ବ୍ଲଗରେ ରଥ ଉପରେ ମଦନ ମୋହନଙ୍କ ଫଟୋ ଅଛି୤

No comments:

Post a Comment