Badabetara: ଏ ହେଉଛି କାର୍ତ୍ତିକ ମାସ.....

Monday, November 7, 2011

ଏ ହେଉଛି କାର୍ତ୍ତିକ ମାସ.....

ଯଦିଓ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍‌ ଭଗବତ୍‌ ଗୀତାରେ ମାର୍ଗଶୀର ମାସକୁ ଶ୍ରେଷ୍ଠ ବୋଲି କହିଛନ୍ତି ତଥାପି ଆମ ଜନସମାଜେର କାର୍ତ୍ତିକ ହେଉଛି ସବୁଠାରୁ ପୁଣ୍ୟମାସ| ଆମ ଗାଁ ବଡବେତରାର ମଧ୍ୟ ଏହି ମାସଟିକୁ ଅତ୍ୟନ୍ତ ପବିତ୍ରଭାବେ ପାଳନ କରାଯାଏ | ଏହି ମାସରେ ପ୍ରଭୁ ମଦନମୋହନଙ୍କର ରାସ ଉତ୍ସବ ଅନୁଷ୍ଠିତ ହୁଏ | ପ୍ରଭୁ ଫୁଲ ରଥରେ ବିଜେ କରନ୍ତି ଓ ତାଙ୍କ ସମ୍ମୁଖରେ ରାସ ବୋଲାଯାଏ | ପାଖ ଗାଁ ମନମଧୁପୁର ଓ ମଠସାହିରେ ମଧ୍ୟ ରାସ ଉତ୍ସବ ବେଶ ପବିତ୍ର ଓ ଆନନ୍ଦମୟ ପରିବେଶରେ ପାଳିତ ହୁଏ |

ଆମ ଗାଁ ରେ  ଜଣେ କବି ଥିଲେ ଯାହାଙ୍କ ନାମ ପ୍ରହ୍ଲାଦ ଦାସ |  ସେ ପ୍ରଭୁ ମଦନମୋହନଙ୍କ ଉପରେ ଅନେକ କବିତା ରଚନା କରିଯାଇଛନ୍ତି|
ଆଜି ମଧ୍ୟ ରାସ ଉତ୍ସବ ଅବସରରେ  ଗାଁ ଲୋକେ ତାଙ୍କୁ ମନେ ପକାନ୍ତି |

 The holy Kartika is celebrated with Puja and Nama Sankirtana in our village Badabetara. The five day long RASA UTSAVA is celebrated in Madana Mohana temple in our village.  

1 comment: