Badabetara

Sunday, March 3, 2019

ମହିମାମୟ ଜଟେଶ୍ବର

ମହିମାମୟ ଜଟେଶ୍ବର

ହରିହର ତ୍ରିପାଠୀ


ଭାରତବର୍ଷରେ ଶିବପୂଜନର ପରମ୍ପରା ଅତି ପ୍ରାଚୀନ  । ଭଗବାନ ଶଙ୍କର ହେଉଛନ୍ତି ବୈଦିକ ଦେବତା  । ଆମ ଓଡ଼ିଶାର ଅଧିକାଂଶ ଗ୍ରାମରେ ଶିବଙ୍କର ମନ୍ଦିର ଅବସ୍ଥିତ ଥିବା ବେଳେ ଶିବ ଆରାଧନା କଲେ ଜୀବନରେ ସୁଖଶାନ୍ତି ମିଳିବା ସହିତ ଅନେକ ପୁଣ୍ୟଲାଭ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସକରାଯାଏ  । ଆମ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା ଅର୍ନ୍ତଗତ ଗରଦପୁର ବ୍ଲକ ରେ ଅବସ୍ଥିତ ବଡବେତରା ଗ୍ରାମ  । ଚିତ୍ରୋତ୍ପଳା ନଦୀଠାରୁ ମାତ୍ର ଦୁଇକିଲୋମିଟର ଦୂରରେ  । ଗାଁଟିର ନାମ ବଡ ବେତରା ହେବା ପଛରେ ଏକ ଐତିହାସିକ କାହାଣୀ ରହିଛି  । ଏହି ଗାଁର ଶେଷମୁଣ୍ଡରେ ପ୍ରବାହିତ ହେଉଥିଲା ଏକ ବିଶାଳ ନଦୀ ଯାହାକି ମହାନଦୀ (ଅଧୁନା ଚିତ୍ରୋତ୍ପଳା)  ସହ ସଂଯୁକ୍ତ ଥିଲା  ।  ଏହି ନଦୀଦେଇ  ବିଶାଳ ବୋଇତମାନ ମହାନଦୀ ଓ ବଙ୍ଗୋପସାଗର ବାଟେ ଦୂରଦେଶକୁ ବାଣିଜ୍ୟ କାରବାର କରିବାକୁ ଯାଉଥିଲେ  । ବଡବେତରାଗ୍ରାମସ୍ଥିତ ମହାଦେବଙ୍କ ପୁଷ୍କରିଣୀରେ ଅତୀତରେ ଏକ ବିଶାଳ ବୋଇତର ଭଗ୍ନ ଅଂଶ ପୋତିହୋଇ ରହିଥିବା ଲୋକମାନେ କୁହନ୍ତି  ।  ବୋଇତଗୁଡିକ ଯେଉଁଜାଗାରେ ଲାଗୁଥିଲା ସେଠାରେ ବୋଇତରୁ ଜିନିଷପତ୍ର ବାହାରକରୁଥିବା ଲୋକ ଓ ବେପାର ବଣିଜ କରୁଥିବା ଲୋକମାନେ ରହିବାକୁ ଲାଗିଲେ  । ଏହି ଲୋକମାନଙ୍କୁ ବୋଇତରା କୁହାଯାଇଥାଏ  । ବୋଇତରାମାନେ ବସବାସ କରୁଥିବା ସ୍ଥାନ କାଳକ୍ରମେ ବୋଇତରା ହେଲା ଓ ଆଜିର ନାମ ବଡବେତରା ଉକ୍ତ ବୋଇତରା ଶବ୍ଦର ଅପଭ୍ରଂଶ ବୋଲି ବିଶିଷ୍ଟ ଗବେଷକ ସ୍ବର୍ଗୟ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ତାଙ୍କର ରଚନାରେ ଉଲ୍ଲେଖ କରିଛନ୍ତି  । ଉଲ୍ଲେଖଯୋଗ୍ୟ ବଡବେତରା ନିକଟରେ ଅଛି ଆଉଏକ ଗାଁ ଯାହାର ନାମ ମଧ୍ୟ ସାନବେତରା  ।
ବଡବେତରା ଗ୍ରାମରେ ଅବସ୍ଥାନ କରୁଛନ୍ତି ପ୍ରଭୁ ଜଟେଶ୍ୱର  । ପ୍ରଭୁ ଜଟେଶ୍ୱରଙ୍କ ଆର୍ବିଭାବ ସମ୍ବନ୍ଧରେ ମଧ୍ୟ ଏକ ଚମତ୍କାର କିମ୍ବଦନ୍ତୀ ରହିଛି  । ଜଣେ ସାଧବ ଅତୀତରେ ଏଇବାଟ ଦେଇ ନିଜର ପରିବାର ସହିତ ବୋଇତରେ ଯାଉଥିଲେ  । ତାଙ୍କର ବୋଇତ ବଡବେତରା ଗ୍ରାମଟି ଯେଉଁଠି ଅଛି ସେଠାରେ ଲାଗିଥିଲା  । ସାଧବ ଜଣକ ପ୍ରତିଦିନ ମହାପ୍ରଭୁ ଭୋଳାନାଥଙ୍କର ଦର୍ଶନ ନକଲେ ଜଳଗ୍ରହଣ କରନ୍ତି ନାହିଁ  । ସେଦିନକୁ ମିଶାଇ ଦୁଇଦିନ ହେବ ଶିବଙ୍କ ଦର୍ଶନ ନକରିବା ହେତୁ ଖାଦ୍ୟ ଗ୍ରହଣ କରିନଥାନ୍ତି  । ସାଧବାଣୀ ସାଧବଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ଥିଲେ  । ସେ ଏକ ଉପାୟ ପାଞ୍ôଚଲେ  । ସେ ନିଜର ପରି·ରକମାନଙ୍କ ଦ୍ୱାରା ବଡବେତରା ଗ୍ରାମର ଶେଷମୁଣ୍ଡରେ ଏକ ବାଲିକୁଦ ଉପରେ ମାଟିର ପଲମଟିଏ ଓଲଟାଇ ରଖିଦେଲେ ଓ ତା ଉପରେ ଚନ୍ଦନ ଓ ବିଲ୍ୱପତ୍ର ଆଦି ଦେଇ ଶିବଲିଙ୍ଗ ପରି ସଜାଇଦେଲେ  ।
ସାଧବାଣୀ ବିମର୍ଷ ସାଧବଙ୍କୁ କହିଲେ ଏଇ ପାଖ ଗ୍ରାମରେ ପରା ଶିବ ଅଛନ୍ତି ଆମେ ଏତେ ଖୋଜୁଛେ  । ସାଧବ ଖୁସି ହୋଇଗଲେ ଓ ମହାଦେବଙ୍କୁ ଦର୍ଶନ କରିବାକୁ ଗଲେ  । ସାଧବ ଯୁଆଡେ ଗଲେ ସାଥିରେ ଏକ ଲୁହାର ବାଡି ନେଇ ଯାଆନ୍ତି  । ଗ୍ରାମର ଶେଷମୁଣ୍ଡରେ ଶିବଙ୍କ ଦର୍ଶନ କରି ସାଧବ କୃତ୍ୟକୃତ୍ୟ ହେଲେ  । ପୂଜାର୍ଚ୍ଚନା କଲେ ଓ ପ୍ରଣାମସାରି ବୋଇତକୁ ଫେରିଲେ  । ତେବେ  ମହାପ୍ରଭୁଙ୍କ ଦର୍ଶନ ପରେ ସାଧବ ଫେରି ଆସୁଛନ୍ତି ମନରେ ତାଙ୍କର କାହିଁକି ସନ୍ଦେହ ହେଲା, ଯାହାଙ୍କୁ ଦର୍ଶନ କଲେ ସେ  ପ୍ରକୃତ ଶିବଙ୍କ ଲିଙ୍ଗ ତ  ?? ନିଜର ସନ୍ଦେହ ସାଧବାଣୀଙ୍କୁ କହିଲେ ଓ ପରୀକ୍ଷା କରିବା ଲାଗି ଅଧାବାଟରୁ ପୁଣି ମହାଦେବଙ୍କ ପାଖକୁ ଫେରିଆସିଲେ  ।  ସାଧବାଣୀ ଧରାପଡିଯିବାର ଭୟରେ ମନେ ମନେ ମହାପ୍ରଭୁ ଭେଳାନାଥଙ୍କୁ ଆକୁଳ ହୋଇ ଡାକିବାକୁ ଲାଗିଲେ  । ସାଧବ ପରୀକ୍ଷା କରିବାକୁ ଯାଇ ଶିବ ଲିଙ୍ଗ ଉପରେ ନିଜର ବାଡିରେ କେଞ୍ôଚଦେଲେ ଯେ ତହିଁରୁ ଧାର ଧାର ରକ୍ତ ବୋହିବାକୁ ଲାଗିଲା  । ସାଧବ ଭୟ, ଭକ୍ତିରେ ବିଗଳିତ ହୋଇ ମହାପ୍ରଭୁଙ୍କର ଶରଣାପନ୍ନ ହେଲେ  । ଆଜିବି ଜଟେଶ୍ୱରଙ୍କ ଶିବଲିଙ୍ଗ ଉପରେ ଥିବା ଖଣ୍ଡିଆ ଦାଗ ଏହି କିମ୍ବଦନ୍ତୀକୁ ପ୍ରମାଣ କରେ  ।
ମହାପ୍ରଭୁ ଜଟେଶ୍ବରଙ୍କ ଆବିର୍ଭାବ କେବେ ହେଲା ଏକଥା ଗ୍ରାମର ପୁରୁଣା ଲୋକମାନେ ମଧ୍ୟ କହିପାରନ୍ତି ନାହିଁ  । ତେବେ ଜଟେଶ୍ୱର ଅଷ୍ଟଶମ୍ଭୁଙ୍କ ମଧ୍ୟରେ ଶିବଙ୍କର ଗୋଟିଏ ଅବତାର ବୋଲି ବିବେଚନା କରାଯାଏ  । ଏବର ମନ୍ଦିର ଅବଶ୍ୟ ଅଳ୍ପ ବର୍ଷର  । ଜଟେଶ୍ୱରଙ୍କୁ କେବଳ ବଡବେତରା ନୁହେଁ ଆଖପାଖ ଗ୍ରାମ ଯଥା ନାଗଣପୁର, ସାନବେତରା, କୁଦାନଗରୀ, ମନମଧୁପୁର, ମହମ୍ମଦପୁର, ମିର୍ଜାପୁର ପ୍ରଭୃତି ଗ୍ରାମବାସୀ ମାନେ ନିତ୍ୟନୈମିତିକ ଦର୍ଶନ, ପୂଜନ ଆଦି କରିଥାନ୍ତି  ।  ବଡବତରାଗ୍ରାମର ପଣ୍ଡା ପୂଜକମାନେ ଠାକୁରଙ୍କ ପୂଜା କରିଥାନ୍ତି  । ପ୍ରାୟ ଅଧିକାଂଶ ଦିନ ମହାଦେବଙ୍କ ନିକଟରେ ଭକ୍ତମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଅଭିଷେକ, ମାତା ପାର୍ବତୀଙ୍କ ନିକଟରେ ଚଣ୍ଡୀପାଠ ଆଦି ହୋଇଥାଏ  ।   ପୀଠରେ ମହାପ୍ରଭୁ ଜଟେଶ୍ବରଙ୍କ ମନ୍ଦିର ବ୍ୟତୀତ ରହିଛି ମାତା ପାର୍ବତୀଙ୍କ ମନ୍ଦିର  । ସଙ୍କଟମୋଚନ ମହାବୀର ଓ ଖରାଖିଆ ମହାଦେବ ମଧ୍ୟ ରହିଛନ୍ତି  । ଜଟେଶ୍ୱରଙ୍କ ମନ୍ଦିର ବଡବେତରା ଗ୍ରାମର ଗୋଟିଏ ମୁଣ୍ଡରେ ହୋଇଥିବା ବେଳେ ଗ୍ରାମ ମଝିରେ ରହିଛନ୍ତି ପ୍ରଭୁ ମଦନମୋହନ  ।
ପୀଠରେ ମହାଶିବରାତ୍ରୀ, ବଡଓଷା, ଦୋଳ ପୂର୍ଣ୍ଣିମା ଆଦି ଜାକଜମକରେ ପାଳନ କରାଯାଏ  । ଦୋଳଯାତ୍ରାବେଳେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ବିମାନରେ ବସି ପ୍ରଭୁ ମଦନମୋହନଙ୍କ ସହିତ ବିଭିନ୍ନ ମେଲଣକୁ ଯାଇଥାନ୍ତି  । ଏହା ଶୈବ ଓ ବୈଷ୍ଣବ ଧର୍ମର ଏକ ଚମତ୍କାର ସମନ୍ୱୟକୁ ପ୍ରତିପାଦିତ କରିଥାଏ  । ଶିବରାତ୍ରୀ ଜାଗର ଦିନ ଜଟେଶ୍ବରଙ୍କ ପୀଠ ଅତି ପ୍ରଭାତରୁ ଲୋକାରଣ୍ୟ ହୋଇଉଠେ  । ଶହ ଶହ ଭକ୍ତ ଏହି ଦିନ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି, ସ୍ୱତନ୍ତ୍ର ପୂଜା କରନ୍ତି ଓ ପ୍ରଭୁଙ୍କ ମସ୍ତକରେ ଟୋପର ଚଢାନ୍ତି  । ରାତ୍ରୀରେ  ପ୍ରଭୁଙ୍କର ବିଶେଷ ଅଭିଷେକ କରାଯାଏ ଓ ପ୍ରାୟ ରାତି ୧୨ଟା ବେଳକୁ ମହାଦୀପ ଉଠେ  । ଏହି ଦିନ ଭଜନ ସମାରୋହ, ସଂକୀର୍ତ୍ତନ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହୋଇଥାଏ  ।
ଜାଗର ବ୍ୟତୀତ ପ୍ରତି ସଂକ୍ରାନ୍ତି ଦିନ ଜଟେଶ୍ୱରଙ୍କ ନିକଟରେ ଗ୍ରାମର ଯୁବକମାନେ ପାଳି କରିଥାନ୍ତି  । ରାତିରେ ସଂକୀର୍ତ୍ତନ ଓ ପ୍ରସାଦ ସେବନ ହୁଏ  । ପ୍ରତିବର୍ଷ ଜଟେଶ୍ୱରଙ୍କ ପୀଠରେ ଅକ୍ଷୟ ତୃତୀୟାଠାରୁ ପାଞ୍ଚଦିନ ବ୍ୟାପୀ ଶ୍ରୀରାମଚରିତମାନସ ପାରାୟଣ, ପ୍ରବଚନ ଓ ବୈଶାଖ ପୂର୍ଣ୍ଣମୀ ବେଳକୁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୁଏ  । ଶ୍ରୀରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ସାଧୁ ସନ୍ୟାସୀ, ପ୍ରବାଚକ ଓ ବକ୍ତାମାନେ ଯୋଗଦାନ କରିଥାନ୍ତି  । ବଡବେତରା ତଥା ଆଖାପାଖ ଗ୍ରାମବାସୀଙ୍କ ସହାୟତାରେ ଏହି କାର୍ଯ୍ୟ ସଂପନ୍ନ ହୋଇଥାଏ  । 

Thursday, October 13, 2016

Durga Puja in our village Badabetara and Nearest village


Maa Durga at Badabetara village


Maa Durga at Naganpur village


Maa Durga at Kudapatna village


Maa Durga at Arjunpur village


Maa Durga at Sanadhanga village


Maa Durga at Arilo village


Maa Durga at Korua village


Maa Durga at Sanabetara village


Maa Durga at Bholhat

Thursday, November 26, 2015

PHULA RATHA of MADANA MOHANA



All knows Ratha (car) runs. But here is the unique Ratha (car) called PHULA RATHA which rotates !! Prabhu Madanamohana sits on the Ratha with Shree Radha and listens RASHA...
This is the event from Badabetara village of Kendrapara, Odisha

Rasa Utsav and Adharapana Bhoga of Prabhu Madana Mohan